ଝିଅମାନଙ୍କୁ ଆଇଟିଆଇ ପ୍ରତି ଆକୃଷ୍ଟ କରିବା ପାଇଁ ଗତ ଏକ ବର୍ଷ ମଧ୍ୟରେ ୫୦୦୦ରୁ ଅଧିକ ହାଇସ୍କୁଲ ଛାତ୍ରୀମାନଙ୍କୁ ଆଇଟିଆଇ ପରିଦର୍ଶନରେ ଅଣାଯାଇଛି।
ଓଡିଶାରେ ଖୋଲାଯିବାକୁ ଥିବା ୮ଟି ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରୁ ୬ଟିକୁ ସରକାରୀ ଓ ବେସରକାରୀ ସହଯୋଗରେ ସ୍ଥାପନା କରିବା ପାଇଁ ଟେଣ୍ଡର କରିବା ପୂର୍ବରୁ ଦିଲ୍ଲୀଠାରେ ଅଗ୍ରଣୀ/ନାମଜାଦା ଅନୁଷ୍ଠାନମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା କରାଗଲା ।
ପରୀକ୍ଷାମୂଳକ ଭାବେ ସ୍ଵାସ୍ଥ୍ୟସେବା କ୍ଷେତ୍ର ଏବଂ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଓଏସଡିଏର କାର୍ଯ୍ୟନିର୍ବାହୀ ପରିଷଦରେ ମଞ୍ଜୁରୀ ପ୍ରଦାନ କରାଗଲା। ନାନୋ-ୟୁନିକର୍ଣ୍ଣ ପ୍ରକଳ୍ପରେ ଯେକୌଣସି ଦକ୍ଷତା ତାଲିମ ପ୍ରାପ୍ତ ବ୍ୟକ୍ତି ନିଜର ପ୍ରକଳ୍ପ ଆରମ୍ଭ କରିବା ପାଇଁ ବିନା ସୁଧରେ, ବିନା ବନ୍ଧକରେ ୧ ଲକ୍ଷ ଟଙ୍କାର ସହାୟତା ନେଇପାରିବ। ତେବେ ଏଥିପାଇଁ ଗୋଟିଏ ପୃଷ୍ଠାର ପ୍ରତିଦ୍ବନ୍ଦିତା ମୂଳକ 'କେସ୍ ଷ୍ଟଡି' ପ୍ରଦାନ କରିବାକୁ ପଡିବ। ତୃଣମୂଳ ସ୍ତରରେ ଉଦ୍ୟୋଗୀ ପୁଞ୍ଜି ବିନିଯୋଗ ପାଇଁ ଏହି ନାନୋ-ୟୁନିକର୍ଣ୍ଣକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରଯାଇଥିଲା।
ତାଳଚେର ଏବଂ ପୁରୀ ଆଇଟିଆଇର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହେଲା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ, ମାଧ୍ୟମରେ 'ଟିଚ୍ ଫର ଓଡିଶା' କାର୍ଯ୍ୟକ୍ରମରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ, ଆଇଟିଆଇରେ ଏକ ବର୍ଷପାଇଁ ପରିବର୍ତ୍ତନର କର୍ଣ୍ଣଧାର(Change Agent) ହିସାବରେ ପଢେଇବାକୁ ଆସିବା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ ହେଲା।
ବ୍ରହ୍ମପୁର ଆଇଟିଆଇରୁ ଦକ୍ଷତା ତାଲିମ ପାଇଥିବା ୧୨ ଜଣ ଛାତ୍ରୀ ଚେନ୍ନାଇରେ ଥିବା ବୁଲେଟ ମଟର ସାଇକେଲ କମ୍ପାନୀରେ ଯୋଗ ଦେବାପାଇଁ ମନୋନୀତ ହେଲେ।
ଭାରତ ସରକାର ଓ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ସହିତ ଋଣ ସମ୍ପର୍କରେ ସନ୍ତୋଷଜନକ ଆଲୋଚନା ପରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣକୁ ୩୦ ପ୍ରତିଶତ କଣ୍ଟ୍ରାକ୍ଟ ଆୱାର୍ଡ ମିଳିଲା।
ପରୀକ୍ଷାମୂଳକ ଭାବେ ସ୍ବାସ୍ଥ୍ୟସେବା ଏବଂ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ୨୦୧୭ ଏପ୍ରିଲ ୧୭ ତାରିଖରେ ଓଏସଡିଏର କାର୍ଯ୍ୟନିର୍ବାହୀ ପରିଷଦର ମଞ୍ଜୁରୀ ପ୍ରଦାନ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ କୃଷି ସମ୍ପର୍କରେ ପ୍ରଥମଥର ଆରପିଏଲ(ରେକଗନାଇଜେସନ ଅଫ ପ୍ରାଇଓର୍ ଲର୍ଣ୍ଣିଂ) ଉଦଘାଟନ କଲେ।
୨୦୧୬-୧୭ ଆର୍ଥିକ ବର୍ଷରେ ୧ଲକ୍ଷ ୨୨ହଜାର ୪୯୨ ଜଣ ଯୁବକ ଓ ଯୁବତୀ ବିଭିନ୍ନ ବିଭାଗରେ ଦକ୍ଷତା ତାଲିମପ୍ରାପ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮୫୮୯ ଜଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିଲାବେଳେ ୬୨୨୧ ଜଣ ଆତ୍ମନିର୍ଭରଶୀଳ ହୋଇ ପାରିଥିଲେ। କ୍ରମାଗତ ଭାବେ ୪.୩ ଲକ୍ଷ ତାଲିମ ପ୍ରାପ୍ତ ହୋଇଥିବା ବେଳେ ୨୦୧୮-୧୯ ସୁଦ୍ଧା ୬.୭ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ଦିଆଯିବ।
ଜିଲ୍ଲା ପ୍ରଶାସନର ସହାୟତାରେ ପରୀକ୍ଷା କେନ୍ଦ୍ରରେ କପି ବନ୍ଦକରି ଦିଆଯିବା ଫଳରେ ପ୍ରଥମ ସେମିଷ୍ଟାରରେ ପାଶହାର ୪୮ ପ୍ରତିଶତକୁ ହ୍ରାସ ପାଇଲା।
୩୦ଟି ଜିଲ୍ଲାରୁ ୧୧ଟି ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆଇଟିଆଇକୁ ନେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବୃତ୍ତି ଭାବେ ଗ୍ରହଣ କରିବା ଦିଗରେ ନିଜକୁ ଅଭ୍ୟସ୍ତ କରିବା କାର୍ଯ୍ୟକ୍ରମରେ ସାମିଲ କରାଗଲା।
ଆଇଟିଆଇ କୋଠାଘରଗୁଡିକର ନୂଆ ଡିଜାଇନ କରାଗଲା।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ପରିଷଦଦ୍ବାରା ଉପଯୁକ୍ତ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ଦିଆଗଲା।
ରାଜ୍ୟର ବିଭିନ୍ନ ବିଭାଗମାନଙ୍କ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଟ୍ରେନିଙ୍ଗ ଚାଲୁଥିବା ତାଲିମ ସହଯୋଗୀଙ୍କ ତାଲିମ କେନ୍ଦ୍ରମାନଙ୍କ ମଧ୍ୟରେ ଜାନୁଆରୀ ୨୦୧୭ରୁ ସମତା ରକ୍ଷାପାଇଁ ଗ୍ରେଡିଙ୍ଗ ବ୍ୟବସ୍ଥା କରାଗଲା।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏକ ପଞ୍ଜିକୃତ ସୋସାଇଟି ଭାବେ ୬ ଡିସେମ୍ବର ୨୦୧୬ରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେଲା ।
ଦକ୍ଷତା ବିକାଶ ପ୍ରକଳ୍ପ ଗୁଡିକର ପ୍ରତି ମାସରେ ସମୀକ୍ଷା ଓ ଅନୁମୋଦନ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚାରି ଜଣିଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ କରାଗଲା ।
'ମେକ୍ ଇନ୍ ଓଡିଶା' କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଆଇଟିଆଇମାନଙ୍କରୁ ୨୦୦୦ ଛାତ୍ରଛାତ୍ରୀ ଭୁବନେଶ୍ବର ଆସିଥିଲେ।
ଆଇଟିଆଇ ଓ ପଲିଟେକନିକ୍ ସମେତ ଅନ୍ୟାନ୍ୟ ଦକ୍ଷତା ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପୋଷାକ ଏନ୍ଆଇଏଫଡି ଦ୍ବାରା କରାଯାଇଥିବା ଡିଜାଇନର ପ୍ରଚଳନ କରାଗଲା ।
ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ବର୍ତ୍ତମାନ ଆଇଟିଆଇରେ ଶତ ପ୍ରତିଶତ ବୃତ୍ତି ମିଳିବା ଆରମ୍ଭ ହେଲା ।
ଭାରତ ସରକାରଙ୍କ ଦକ୍ଷତା ଓ ଉଦ୍ୟୋଗ ବିକାଶ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଏକ ପ୍ରକାର ନିୟମ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲୁଥିବା ସମସ୍ତ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ସମାନତା ଆଣିବା ପାଇଁ ୨୭ ଡିସେମ୍ବର, ୨୦୧୬ରୁ ନିଷ୍ପତ୍ତି ନିଆଗଲା।
୨୭ ଡିସେମ୍ବର ୨୦୧୬ରୁ ସବୁ ହଷ୍ଟେଲମାନଙ୍କରେ ବାୟୋମେଟ୍ରିକ୍ ଉପସ୍ଥାନ ଏବଂ ସିସିଟିଭି ବ୍ୟବସ୍ଥା ଲାଗୁ କରାଗଲା।
୨୦୧୬ ନଭେମ୍ବର ଓ ଡିସେମ୍ବର ମାସରେ ଅନୁଷ୍ଠିତ 'ମେକ୍ ଇନ୍ ଓଡିଶା' ସମ୍ମିଳନୀ(କନକ୍ଲେଭ)ରେ ଦକ୍ଷତା ପାଭିଲିୟନ ଖୋଲା ଯାଇଥିଲା।
ଶତ ପ୍ରତିଶତ ଆଇଟିଆଇ ଓ ପଲିଟେକନିକଗୁଡିକରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେଲା।
ତାଲିମ ସହଯୋଗୀ ଏବଂ ଚାକିରୀ ପ୍ରଦାନକାରୀ ସଂସ୍ଥାମାନଙ୍କୁ ନେଇ ୧୦ ନଭେମ୍ବର ୨୦୧୬ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ସରକାରୀ ଆଇଟିଆଇଗୁଡିକ ପାଇଁ ପାହ୍ୟା ବ୍ୟବସ୍ଥା ଲାଗୁ କରାଗଲା।
ପଲିଟେକନିକ୍ ଶିକ୍ଷକମାନଙ୍କ ଦ୍ବାରା ପ୍ରତି ମାସରେ ଆଇଟିଆଇଗୁଡିକର ଶିକ୍ଷା ସମ୍ପାଦନା ସମ୍ପର୍କରେ ସମୀକ୍ଷା ବ୍ୟବସ୍ଥାର ଆରମ୍ଭ କରାଗଲା ।
ଆଇଟିଆଇ ପାଇଁ ରାଜ୍ୟ ସରକାର ୩୫୦ଟି ଅତିରିକ୍ତ ଇନଷ୍ଟ୍ରକ୍ଟର ପଦବୀ ମଞ୍ଜୁର କଲେ।
୧୪ଟି ନୂଆ ଆଇଟିଆଇ ଅନୁଷ୍ଠାନ ଏନସିଭିଟି ଅଧିସ୍ବୀକୃତି ଲାଭ କଲା। ଏହା ଫଳରେ ରାଜ୍ୟରେ ଏନସିଭିଟି ଅଧିସ୍ବୀକୃତି ପାଇଥିବା ଅନୁଷ୍ଠାନ ସଂଖ୍ୟା ୪୫ରେ ପହଞ୍ଚିଲା।
ଦିବ୍ୟାଙ୍ଗମାନଙ୍କ ପାଇଁ ଖୋର୍ଦ୍ଧା, ଖୁଦୁରପୁର ଠାରେ ନୂଆ ଆଇଟିଆଇ ଖୋଲିଲା।
ବିଶ୍ବ ଦକ୍ଷତା ଦିବସକୁ ବାଳିକା ଦିବସ ଭାବେ ଉପସ୍ଥାପିତ କରାଯାଇଥିବାରୁ ଅଧିକ ସଂଖ୍ୟକ ବାଳିକା ଆଇଟିଆଇରେ ଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରିବା ଉଦ୍ଦେଶ୍ୟରେ ଅତୀତରେ ବିଶେଷ ସଫଳତା ଓ କୃତୀତ୍ଵ ହାସଲ କରିଥିବା ୧୦ ଜଣ ପୁରାତନ ଛାତ୍ରଛାତ୍ରୀଙ୍କ ଫଟୋ ଆଇଟିଆଇର ପ୍ରାଚୀରରେ ସ୍ଥାନପ୍ରାପ୍ତ ହେଲା।
ସରକାରୀ ଆଇଟିଆଇଗୁଡିକର ସମୀକ୍ଷା ପାଇଁ ୧୦ଟି ନୂଆ ମାନଦଣ୍ଡ ଉପରେ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଥିଲା ।
ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦୦ ଆଇଟିଆଇ ଛାତ୍ରଛାତ୍ରୀ ଓ ଶିକ୍ଷାନବିସଙ୍କ ଉପସ୍ଥିତିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଶୁଭ ଉଦଘାଟନ କଲେ।
୧୮ ମାସର କାର୍ଯ୍ୟକାରୀ ନକ୍ସା ଉନ୍ମୋଚନ କରାଗଲା।
ଏଡିବିର ଆର୍ଥିକ ସହାୟତାରେ ଆରମ୍ଭ ହୋଇଥିବା ଏଏସଟିଆଇ ପ୍ରକଳ୍ପ ଆରମ୍ଭ ବିଷୟର ସମୀକ୍ଷା କରାଯାଇଥିଲା।
ତାଲିମ ସହଯୋଗୀଙ୍କ ତାଲିମ କେନ୍ଦ୍ରଗୁଡିକରେ ଜୁନ ୨୦୧୬ରୁ ବାୟୋମେଟ୍ରିକ ଉପସ୍ଥାନ କାର୍ଯ୍ୟକାରୀ କରାଗଲା।
ଶ୍ରୀ ସୁବ୍ରତ ବାଗଚୀ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।